Monday, September 24, 2018
ବିଭାଗ ଓ ସମ୍ଭାଗସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ତାଳଚେର,୨୪/୯: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେର ପ୍ରାଙ୍ଗଣରେ ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ ବିଭାଗ ଓ ସମ୍ଭାଗସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ତାଳଚେର ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା,ମୂଖ୍ୟ ବକ୍ତାଭାବେ ବୈଦିକ ଗଣିତ,ଅଖିଳ ଭାରତୀୟ ସହସଂଯୋଜକ ପ୍ରସନ୍ନ କୁମାର ସାହୁ ଯୋଗଦାନ କରିଥିଲେ । ସରସ୍ୱତୀ ବିଦ୍ୟାମନ୍ଦିର,ତାଳଚେରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ୧୭୮ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିଭିନ୍ନ ସଙ୍କୁଳରୁ ଚୟନିତ ୨୨ଟି ବିଜ୍ଞାନ ପ୍ରକଳ୍ପ,୧୦ଟି ଗଣିତ ଚାର୍ଟ ପ୍ରଦର୍ଶିତ ହୋଇଥିଲା । ଉକ୍ତ ଜ୍ଞାନ ବିଜ୍ଞାନ ମେଳା ୧୭ଜଣ ପରିଚାଳକ,୧୭ଜଣ ବିଚାରକ ଓ ୪୪ ଜଣ ଗୁରୁଜୀ,ଗୁରୁମାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଶେଷରେ ବିଦ୍ୟାଳୟର ସମ୍ପାଦକ ଦୁଃଶାସନ ସାହୁ ଧନ୍ୟବାଦ ପ୍ରକଟ କରିଥିଲେ । ସେହିପରି ମେଳାର ସମାପନ ଉତ୍ସବ ୧୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ ତାଳଚେର କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୂଖ୍ୟ ଯଶୋବନ୍ତ ନାରାୟଣ ବେହେରା ଯୋଗଦାନ କରି ପ୍ରତିଭାଗୀମାନଙ୍କୁ ସାମ୍ପ୍ରତିକ ସମାଜରେ ନୂତନ ପ୍ରକଳ୍ପର ଆବଶ୍ୟକତା ଓ ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ମୂଖ୍ୟବକ୍ତା ଭାବେ ପ୍ରାନ୍ତ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ ଯୋଗ ଦେଇଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ଅତିଥି, ମୁଖ୍ୟବକ୍ତା ଓ ଅନ୍ୟାନ୍ୟ ଅଧିକାରୀମାନେ ପୁରସ୍କୃତ କରିଥିଲେ ।
Subscribe to:
Post Comments (Atom)
No comments:
Post a Comment